ବାରଙ୍ଗ: ନେତାଜୀ ସେତୁ ଉପରେ ପୁଣି ଜଣେ ବ୍ୟକ୍ତି ନିଖୋଜ, କାର ଓ ଚପଲ ଥୋଇ କାଠଯୋଡି ନଦୀ କୁ ଦେଇଥିବା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ
ତ୍ରିଶୁଳିଆ ସ୍ଥିତ ନେତାଜୀ ସେତୁ ଉପରେ ପୁଣି ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡିଛି । ଶୁକ୍ରବାର ପୂର୍ବାହ୍ନ ରେ ବାରଙ୍ଗ ଥାନା ପୁଲିସ ସେତୁ ଉପରେ ଏକ କାର ଓ ଚପଲ ଜବତ କରିଛି । ନିଖୋଜ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳ ର ଗୁଜୁରାତି ବ୍ୟବସାୟୀ ତୁଷାର ଭଟ୍ଟ ବୋଲି ଜଣାପଡିଛି । ସେ ଗତ ବୁଧବାର ଅପରାହ୍ନ ରୁ କଟକ ଓଡ଼ିଆ ବଜାର ଅଞ୍ଚଳ ରେ ଜଣେ ସହଯୋଗୀ ଙ୍କୁ ଭେଟିବାକୁ ଯାଇ ଆଉ ଫେରିନଥିଲେ । ଆଜି ତାଙ୍କ କାର ସେତୁ ଉପରେ ଥିବା ଜଣାପଡିଛି। କାଠଯୋଡ଼ି ନଦୀ କୁ ଡେଇଁ ପଡିଥିବା ପୁଲିସ ସନ୍ଦେହ କରିଛି ।