ରବିବାର ଦିନ ସାଢେ଼ ୧୧ଟା ବେଳେ ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬ ପାଳନ ଅବସର ରେ ପ୍ରଚାର ପ୍ରସାର ଉପ କମିଟି ପକ୍ଷରୁ ପ୍ରଚାର ଗାଡି ର ଶୁଭାରମ୍ଭ କରାଯାଇଛି। ଉତ୍ସବ କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ପ୍ରଚାର ପ୍ରସାର ଗାଡ଼ିର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ଅର୍ଥ କମିଟି ଉପାଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ପ୍ରଚାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ଉପସ୍ଥିତ ଥିଲେ।