ଗୋବିନ୍ଦପୁର: ପ୍ରେମରେ ଧୋକା ଖାଇ ଗୋବିନ୍ଦପୁର ଥାନା ର ଦ୍ବାରସ୍ଥ ହେଲେ ଯୁବତୀ
ବାମରା ବ୍ଲକ କୁଟାରିମାଲ।ପଞ୍ଚାୟତ ବୃବୁଡ଼ା ଅଞ୍ଚଳ ର ଜଣେ ଯୁବତୀ ଓ ଗଡପୋଷ ଅଞ୍ଚଳ ର ଜଣେ ଯୁବକ ଙ୍କ ମଧ୍ୟ ରେ ଗତ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ବର୍ତ୍ତମାନ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କ ସହ କଥା ବାର୍ତ୍ତା ବନ୍ଦ କରି ଦେଇଛନ୍ତି। ଅନ୍ୟ ପଟରେ ସେ ଯୁବତୀଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି। ଯୁବତୀ ଜଣକ ପ୍ରେମରେ ଧୋକା ଖାଇଥିବା ଜାଣି ଶୁକ୍ରବାର ରାତିରେ ଗୋବିନ୍ଦପୁର ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୋଲିସ ଉଭୟ ପାଖକୁ ଥାନାକୁ ଡାକି ପଚରାଉଚରା କରିଥିବା ସୂଚନା ରହିଛି। ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।