ନୀଳଗିରି: ଟିପିସି ଗଡିଆ ଠାରେ ଥିବା ବାବା ବକ୍ରେଶ୍ୱର ଶୈବପୀଠରେ ବଜ୍ରାଘାତରେ ଭାଙ୍ଗିଲା ମନ୍ଦିର ଚୁଳି
ବଜ୍ରାଘାତ ରେ ଭାଙ୍ଗିଲା ବାବା ବକ୍ରେଶ୍ୱର ଶୈବ ପୀଠ ର ମନ୍ଦିର ର ଚୁଳି l ଖଇରା ବ୍ଲକ ମାଖନପୁର ପଂଚାୟତ ଟିପିସି ଗଡିଆ ଠାରେ ଥିବା ସର୍ବପୁରାତନ ବାବା ବକ୍ରେଶ୍ୱର ଶୈବ ପୀଠ ରେ ଆଜି ଅପରାହ୍ନ 5 ଘଟିକା ସମୟରେ ବଜ୍ରାଘାତ ରେ ମନ୍ଦିର ରେ ଥିବା ଚୁଳି ଭାଙ୍ଗି ତଳେ ପଡିଯାଇଥିବା ସହିତ ମନ୍ଦିର କିଛି ସ୍ଥାନ ରେ ଫାଟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି l ଉକ୍ତ ସମୟରେ ମନ୍ଦିର ରେ ଥିବା ପୂଜକ ମାନେ ଭୟଭିତ ହୋଇଯାଇଥିଲେ l