ବଡଚଣା: ବୈରୀ ପୋଲିସ ଦ୍ୱାରା ବଘୁ ଗ୍ରାମରୁ ଚୋରା ଦେଶୀ ମଦ ଜବତ ୧ ଗିରଫ
ବୈରୀ ଥାନା ଅନ୍ତର୍ଗତ ବୈରୀ ପଞ୍ଚାୟତର ବଘୁ ଗ୍ରାମରୁ ଚୋରା ଦେଶୀ ମଦ ସହିତ ଜଣେ ବେପାରୀକୁ ବୈରୀ ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ଯୋଗ୍ଯ ରବିବାର ଅପରାହ୍ନ ୫ ଟା ସମୟରେ ଉକ୍ତ ଗ୍ରାମର ଦୀଲ୍ଲୀପ ହେମ୍ରମ ମଦ ବିକ୍ରି କରୁଥିବା କୈଣସି ସୁତ୍ରରୁ ବୈରୀ ଥାନା ASI ଅକ୍ଷୟ ବେହେରା ,କନଷ୍ଟେବଲ ଅଜୟ ଗିରି ଧୂଳେଶ୍ବର ଘରେ ଚଢାଉ କରିଥିଲେ ୧୦ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମଦ ବେପାରୀ ଦିଲ୍ଲୀପ କୁ ଗିରଫ କରିଥିବା ଜଣାପଡିଛି ।