ଆଠଗଡ: ଭଗୁଆ ଜଙ୍ଗଲରେ ଅବକାରୀ ବିଭାଗର ମିଳିତ ଚଢ଼ାଉ, ମୋଟ୍ ୫୩୨୦ ଲିଟର ଗୁଡ଼ ପୋଚ ଓ ୪୩୪୦ ଲିଟର ଦେଶୀ ମଦ ଜବତ
କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ, ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ କଟକ ଜିଲ୍ଲା ଅବକାରୀ ବିଭାଗ ଓ ବାଙ୍କୀ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଅଛି।ଏହି ମିଳିତ ଚଢ଼ାଉରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ, ଗୁଡପୋଚ ଏବଂ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଆସବାବପତ୍ରକୁ ଅବକାରୀ ବିଭାଗ ନଷ୍ଟ କରିଛି ।ଦେଶୀ ମଦର ଭୂ-ସ୍ୱର୍ଗ ପାଲଟିଛି ଆଠଗଡ ତିଗିରିଆ ର କିଛି ସ୍ଥାନ । ଜୁଆଡେ ଦେଖିବ ସିଆଡେ ଖାଲି ମଦ ଆଉ ମଦ। ୨ ଟି ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଆଠଗଡ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ।