ପ୍ରମୁଖ ପ୍ରକଳ୍ପଗୁଡ଼ିକର ସୁପରିଚାଳନା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଉତ୍ସର୍ଗୀକୃତ ଟାସ୍କଫୋର୍ସ ର ଏକ ବୈଠକ ଆଜି ମୁଖ୍ୟ ସଚିବ, ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳମାନେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ପ୍ରଗତି ସହିତ ଉତ୍ପନ୍ନ ସମସ୍ୟା ଓ ସମାଧାନ ଉପାୟ ଉପରେ ଆଲୋଚନା କରିଥିଲେ। ଜିଲ୍ଲାପାଳ, ବଲାଙ୍ଗିର OSWAN ପ୍ଲାଟଫର୍ମ ମାଧ୍ୟମରେ ବୈଠକରେ ଯୋଗଦେଇ ଜିଲ୍ଲାସ୍ତରର ଚାଲୁ ପ୍ରମୁଖ ପ୍ରକଳ୍ପଗୁଡ଼ିକ ବିଷୟରେ ଅବଗତ କରାଇଥିଲେ।