କୋଟପାଡ: ଗୋ ସୁରକ୍ଷାକୁ ନେଇ ଦୋରାଗୁଡା ସାପ୍ତାହିକ ହାଟରେ ସଚେତନ
ଗୋ ସୁରକ୍ଷାକୁ ନେଇ ସାପ୍ତାହିକ ହାଟରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଆଜି ଅପରାହ୍ନ ୩ ଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ସାପ୍ତାହିକ ହାଟରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗୀ ଦଳ ପକ୍ଷର ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୈପାରୀଗୁଡା ତଥା ଅଖପାଖ ଅଂଚଳରେ ବେଆଇନ ଗୋ ଚଲାଣକୁ ବନ୍ଦ ସହ ଗୋ ସୁରକ୍ଷା ପାଇଁ ଆଲୋଚନା କରାଯାଇଛି l ଉପସ୍ଥିତି ଗାଇ ବେପାରୀଙ୍କୁ ଗୋ ସୁରକ୍ଷା ବିଷୟରେ ଆଲୋକପାତ କରାଯାଇଛି l ଗାଇ କିଣା ବିକାରେ ସରକାରୀ ନିୟମ କଣ ରହିଛି ଏବଂ କିପରି ସେମାମଙ୍କୁ ସ୍ଥାନାନ୍ତରିତ କରା ସେ ନେଇ ବୁଝା ଯାଇଛି