ଧର୍ମଗଡ: ସୁସ୍ଥ ନାରୀ ଶଶକ୍ତ ପରିବାର ଅଭିଯାନ ଆନୁକୂଲ୍ୟରେ କୋକସରା ସିଏଚସି ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ମଙ୍ଗଳବାର ସକାଳ ୧୦ ଟା ରୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ଶଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ କୁ ସିଏଚସି ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱାସ୍ଥ୍ୟ ଶିବିର ରେ ଯୋଗଦେଇ ରୋଗୀ ଙ୍କ ପରୀକ୍ଷା ସହ ପରାମର୍ଶ ଦେଇଥିଲେ।