ଜାମଟାଲ ଗ୍ରାମରେ ସପ୍ତ ୠଷି ପୂଜା ଅନୁଷ୍ଠିତ ସମ୍ବଲପୁର ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଜାମଟାଲ ଗ୍ରାମର ପାହାଡ଼ ରେ ରବିବାର ସକାଳେ ମାଘ ତିଳଷ୍ଟମୀ ଉପଲକ୍ଷେ ସପ୍ତ ଋଷି ପୂଜା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାହାଡରେ ସପ୍ତ ଋଷି ମାନେ ବାସ କରୁଥିଲେ ତେଣୁ ଆବାହନ କାଳରୁ ଉକ୍ତ ପାହାଡ଼ର ପାଦଦେଶରେ ପ୍ରତ୍ୟେକ ବର୍ଷ ମୁନିଋଷି ମାନଙ୍କୁ ହୋମ ଯଜ୍ଞ କରି ବିଶ୍ବର ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଥାଏ । ଏଥିରେ ଜାମଟାଲ ଗ୍ରାମବାସୀ ସହଯୋଗ କରିଥାନ୍ତି । ପୂଜାଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସି ସପ୍ତ ଋଷି ଙ୍କ ଦର୍ଶନ କରିଥାନ୍ତି ।