ଅନୁଗୋଳ ଛେଣ୍ଡିପଦା ବ୍ଲକରେ ପୁଣି ବଢିଲାଣି ଗଞ୍ଜେଇ ଚାଷ । ଜରପଡା ଜଙ୍ଗଲ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଛି l ଛେଣ୍ଡିପଦା ପୋଲିସ ଆଜି ପୂର୍ବାହ୍ନ 11 ଟାରୁ ଦୀର୍ଘ ସମୟ ଧରି କୋଶଳା କଇଥଢିପ ଗାଁ ଦେଇ ଯାଇଥିବା ନାଳର ଅବବାହିକାରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିଲା । ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ନାୟକଙ୍କ ନେତୃତ୍ୱରେ ୧୧ଶହ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।