ଚିକିଟି ବ୍ଲକ ନୂଆପଡା ଠାରେ ଉଠା ଜଳସେଚନ-୨ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମଂଗଳବାର ପୂର୍ବାହ୍ନରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ବିଧାୟକଙ୍କ ସମେତ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାଙ୍କ ସହ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଜଳସେଚନ ପ୍ରକଳ୍ପ ଚିକିଟି ଅଞ୍ଚଳର ହଜାର ହଜାର ଚାଷୀଙ୍କ ଜୀବନରେ ଏକ ନୂତନ ଆଶାର ଦୀପ ପ୍ରଜ୍ୱଳିତ କରିବ ବୋଲି କହିଛନ୍ତି ବିଧାୟକ।