ସୋନପୁର: ପୋଖରୀ ପୁନଃ ଉଦ୍ଧାର ଦାବୀରେ ପିପିଲିପାଲି ଠାରେ ରାଜ ରାସ୍ତା ଅବରୋଧ କଲେ ସ୍ୱୟଂ ସହାୟକ ମହିଳା
ପୋଖରୀ ପୁନଃ ଉଦ୍ଧାର ଦାବୀରେ ରାଜ ରାସ୍ତା ଅବରୋଧ କଲେ ସ୍ୱୟଂ ସହାୟକ ମହିଳା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର କଳାପଥର ସୟଂ ସହାୟକ ମହିଳାମାନେ ଆଜି ଏଭଳି କିଛି ପଦକ୍ଷେପ ନେଇଛନ୍ତି । କଳାପଥର ଗାଁରେ ରହିଥିବା ଝରଣା ବନ୍ଧ ଉପରେ କଳାପଥର ସମେତ ଆଖପାଖ ଗାଁର ଲୋକେ ନିର୍ଭର କରି ଆସୁଥିଲେ । ଏମିତିକି ବିଭିନ୍ନ ସମୟରେ ସରକାରୀ ଭାବେ ହେଉଥିବା ପୋଲିସ ଚୟନ ତଥା ତାଲିମ ସମୟରେ ଏହି ପୋଖରୀର ବ୍ୟବହାର କରାଯାଉଥିଲା । ହେଲେ ଗତ କିଛି ମାସ ହେଲା ପୋଖରୀର ଚେକଡେମଟି ଭାଙ୍ଗିଗଲା ପରେ ସୁଖିଲା ହୋଇ ପଡିରହିଛି ଝରଣା ବନ୍ଧ ।