ସୋର: ଫଟାଆମ୍ବ ଗ୍ରାମରୁ ମଦ ଜବତ ଘଟଣାରେ ଦୁଇ ଫେରାର ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ
Soro, Balasore | Nov 8, 2025 ସୋର ଥାନା ଫଟାଆମ୍ବ ଗ୍ରାମରୁ ମଦ ଜବତ ଘଟଣାରେ ସୋର ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ସୋର ପୁଲିସ ପକ୍ଷରୁ ଅକ୍ଟୋବର ୭ ତାରିଖରେ ଫଟାଆମ୍ବ ଗ୍ରାମରେ ଚଢ଼ାଉ କରି ୧୪୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।ତେବେ ପୁଲିସ ମଦକୁ ଜବତ କରି ସୋର ଥାନାକୁ ଆଣିଥିଲେ।ଏ ବାବଦରେ ପୁଲିସ ଥାନାରେ ୮୧୪/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ଫଟାଆମ୍ବ ଗ୍ରାମର ଅମିଶା ସିଂ ଏବଂ ଦିଗୀ ଭଅଁରା ଗ୍ରାମର ଗୋପୀନାଥ ନାୟକ ଏହି ମଦ ଚାଲାଣ କରୁଥିବା ଜାଣି ପାରିଥିଲେ।