ରେଢ଼ାଖୋଲ ବ୍ଲକ ର ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ପରେ ସମ୍ବଲପୁର କଚେରୀ ଛକ ନିକଟରେ ସମ୍ବଲପୁର ର କିଛି ସାମ୍ବାଦିକ ଦେଲେ ଶ୍ରଦ୍ଧାଞ୍ଜଳି l ମିଳିଥିବା ସୂଚନା ଅନୁସାରେ ନାକଟିଦେଉଳ ବ୍ଲକ କୁ ଆଜି ସାମ୍ବାଦିକ ରମାକାନ୍ତ ମହାନନ୍ଦ ଖବର ସଂଗ୍ରହ ପାଈଁ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣା ର ଶିକାର ହୋଇଥିଲେ l ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ଆଣିଥିଲେ, ବୁର୍ଲା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ରମାକାନ୍ତଙ୍କ ମୃତ ଦେହ ସମ୍ବଲପୁର ପହଞ୍ଚିବା ପରେ ସାମ୍ବାଦିକ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l