କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷାର ଅଭାବ ଦେଖାଦେଇଛି l ଏହି ଅବସ୍ଥା ଏବେ ସମାଜ ରେ ଚିନ୍ତା ଜନକ ପରିସ୍ଥିତିରେ ପହଞ୍ଚିଛି l ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଆତ୍ମ ବିଶ୍ୱାସ ରଖି ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ଅଗ୍ରସର ହୁଅନ୍ତୁ l ଶନିବାର ଦିନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଅତିଥି ମାନେ ଏହି ମତ ପ୍ରକାଶ କରିଛନ୍ତି l କିସିଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ଙ୍କ ସଭାପତିତ୍ୱ