ଆଗଲପୁର ବ୍ଲକର ସାଲେଭଟା ଗ୍ରାମରେ ଜଗତଜନନୀ ମା ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗଦେଇ ମା ଦୁର୍ଗାଙ୍କ ଠାରେ ଜଗତର ମଙ୍ଗଳ କାମନା କରିଥିଲେ। ମହିଷାସୁର ଦରବାରରେ ଆୟୋଜିତ ଅନୁଷ୍ଠାନରେ ଜୋନ–୨ ଜିଲ୍ଲା ପରିଷଦ ସଦସ୍ୟ ବୀଣାପାଣି ଦାସ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ ସହିତ ଅନେକ ଗଣ୍ୟମାନ୍ୟ ଅତିଥି ଓ ଗ୍ରାମବାସୀ ଉପସ୍ଥିତ ହୋଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।