ଗୋବିନ୍ଦପୁର: ସିସାଲଫାର୍ମ ରାଜୀବ ଭବନ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ବାଇକ୍ ଚାଳକ ଗୁରୁତର ଆହତ
ଝାରସୁଗୁଡ଼ା ଜିଲ୍ଲା ନୀକ୍ତିମାଲ୍ ଗ୍ରାମର ସୁଶାନ୍ତ ରୋହିଦାସ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ବଡ଼ଗାଁ ରୁ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ଅନ୍ୟ ପଟେ ବିପରୀତ ଦିଗରୁ ଗୋବିନ୍ଦପୁର ର ସିପୁନ ରାଉତ ବାଇକ୍ ରେ ଜଣେ ଯୁବତୀଙ୍କ ସହ ବାମରାକୁ ଆସୁଥିବା ବେଳେ ସିସାଲଫାର୍ମ ରାଜୀବ ଭବନ ନିକଟରେ ଉଭୟ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣା ରେ ସିପୁନ ଓ ସୁଶାନ୍ତଙ୍କ ଦେହରେ ଗଭୀର ଆଘାତ ଲାଗି ସେମାନେ ଗୁରୁତର ଆହତ ହୋଇଥିବା ବେଳେ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଆହତଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।