ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ମିଲେଟ ଟିଫିନ ସେଣ୍ଟର ଉଦ୍ଘାଟନ
ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ମିଲେଟ ଟିଫିନ ସେଣ୍ଟର ଉଦଘାଟନ ହୋଇଯାଇଛି। ନାରାୟଣପାଟଣା ବ୍ଲକର ଶ୍ରୀ ଜୟ ଲକ୍ଷ୍ମୀ ସ୍ଵୟଂ ସହାୟକ ସଂଘ ଉକ୍ତ ମିଲେଟ ଟିଫିନ ସେଣ୍ଟର ନେଇଛନ୍ତି ।ସରକାରଙ୍କ ତରଫରୁ ଟିଫିନ ସେଣ୍ଟର କରିବା ପାଇଁ 50000 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ସଂଧ୍ଯା ୫ଟା ସମୟରେ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ।