ଲୋଇସିଂହା ବ୍ଲକର ଫଲ୍ସାମାଲ ଠାରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବଲାଙ୍ଗିର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମ ର ଆବାହକ କୁଳମଣି ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନରେ ସରକାରୀ ଅଲସତା ଉପରେ ଉଦବେଗ ପ୍ରକାଶ କରାଯାଇଛି। ଏହି ଅବସରରେ ନୂତନ ବ୍ଲକସ୍ତରୀୟ କମିଟି ଗଠନ ହୋଇଥିବା ସହ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ସହମତି ହୋଇଛି