ଉମରକୋଟ: ପଡାଗଡ଼ ପର୍ଯ୍ୟଟନ ସ୍ଥଳୀ ର ଅପବ୍ୟବହାର ଓ ଚୋରି
ଉମରକୋଟ ବ୍ଲକର ପଡାଗଡ଼ ହେଉଛି ଏକ ପର୍ଯ୍ୟଟନ ସ୍ଥଳୀ। ଏଠାର ବଣ ପାହାଡ଼ ଓ ମନ୍ଦିର ର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର।ବହୁତ ଲୋକ ଏଠାକୁ ପିକନିକ କରିବାକୁ ଆସନ୍ତି। ସରକାର ଏହି ପର୍ଯ୍ୟଟନ ସ୍ଥଳି ର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଏଭଳି ଏକ ସୁନ୍ଦର ପରିବେଶ କୁ କଳୁଷିତ କରୁଛନ୍ତି। ମଦ ପି ବୋତଲ ଫିଙ୍ଗିବା,ଭୋଜି ମଣ୍ଡପ ଲାଇଟ ଚୋରି କରିବା ବାଡ଼ ଭାଙ୍ଗିବା ଭଳି କାର୍ଯ୍ୟ ପରିବେଶ କୁ କଳୁଷିତ କରିବା ସହିତ ପର୍ଯ୍ୟଟନ ସ୍ଥଳି ର ସୁରକ୍ଷା ଦିଗରେ ପ୍ରଶ୍ନ ଚିହ୍ନ ଉଠାଇଛି। ପଡାଗଡ଼ ସେବାୟତ ଚାରିଟେବଲ ଟ୍ରଷ୍ଟ ର ସଭାପତି, ସମ୍ପ