ବଲାଙ୍ଗୀର ସୁଦପଡା ଠାରେ ରାମଲାଲା ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ଅବସରରେ ଏକ ବିରାଟ କଳସଯାତ୍ରା ସହର ପରିକ୍ରମା କରିଥିଲା। ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗଦେଇ ଭକ୍ତି ଭାବରେ ଜୟ ଶ୍ରୀ ରାମ, ଜୟ ହନୁମାନ ନାରାରେ ସହଭାଗୀ ହେଲେ। ସେ କହିଲେ — “ଏଭଳି ଭବ୍ୟ ପରିବେଶରେ ସାମିଲ ହେବା ଏକ ଅଭିନବ ଅନୁଭବ। ଆୟୋଜକ କମିଟିଙ୍କ ଶ୍ରମ ଓ ଭକ୍ତି ଶ୍ରୀରାମଙ୍କ ଆଶୀର୍ବାଦର ସଫଳ ଫଳ।” ମନ୍ଦିର କମିଟି ସଦସ୍ୟମାନେ ମଧ୍ୟ ସେମାନଙ୍କ ଆନନ୍ଦ ଓ ଆଭାର ବ୍ୟକ୍ତ କରିଛନ୍ତି।