ବଲାଙ୍ଗୀର ଜିଲ୍ଲାର ହାତିସାଲପଡାରେ ମାର୍ଗଶିର ମାସର ଶେଷ ଗୁରୁବାର ଉପଲକ୍ଷେ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପରିସରରେ ଧୁମ୍ଧାମରେ ପାଳିତ ହେଲା।ପାର୍ବଣ କାର୍ଯ୍ୟକ୍ରମରେ ସମସ୍ତ ପଡାବାସୀଙ୍କ ସମ୍ମିଳିତ ଯୋଗଦାନରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା। ବିଶେଷ ଆକର୍ଷଣ କରିଥିଲେ ସାଉନ୍ତେ ସ୍ୱରୀ ମହିଳା କୀର୍ତ୍ତନ ଦଳ, ଯେଉଁଥିରେ ଗାୟକୀ ଚୁମକି ବେହେରାଙ୍କ ମଧୁର କଣ୍ଠରେ ପରିବେଷିତ ଭଜନ ସଭାକୁ ମୁଗ୍ଧ କରିଦେଇଥିଲା। ସେହିପରି ଶ୍ରୀକ୍ଷେତ୍ର ପାଲ ବେହେରା ବାଦକ ଭାବେ ଅପୂର୍ଣ୍ଣ କୌଶଳ ପ୍ରଦର୍ଶନ କରି ଦର୍ଶକମାନଙ୍କ ହୃଦୟ ଜିତିନେଇଥିଲେ।