ଆଜି ଜାନୁଆରୀ 20 ତାରିଖ ମଙ୍ଗଳବାର ପୂର୍ବାହ୍ନ 11 ଟା ପାଖାପାଖି ସମୟର ଏହି ଘଟଣା ଲୋକ ଲୋଚନକୁ ଆସିବା ସହ ପ୍ରବଳ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଅଭିଯୁକ୍ତ ମାନେ ଦୁଇ ଯୁବକଙ୍କୁ ପିସ୍ତଲ ଦେଖାଇ ମାଡ଼ ମାରିବା ସହ ସେମାନଙ୍କ ମୁହଁରେ ଜୟ ଶ୍ରୀରାମ କୁହାଉଛନ୍ତି। କେବଳ ସେତିକି ନୁହେଁ ସେମାନଙ୍କର ଭିଡ଼ିଓ ମଧ୍ୟ ଅନ୍ୟ କାହା ଦ୍ବାରା ଉଠାଇ ଭାଇରାଲ କରିବାକୁ କହିଛନ୍ତି। ତେବେ ଏହି ଖବର ସଦର ଏସ ଡି ପି ଓ ଙ୍କ ନଜରକୁ ଆସିବା ପରେ ତ୍ୱିରିତ ଗତିରେ ତଦନ୍ତ ଆରମ୍ଭ ହୋଇଛି।