ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୁଡ଼ିପଦର ଗ୍ରାମରେ ଜଣେ ଅସହାୟ ବ୍ଯକ୍ତିକୁଂ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ସାମାଜିକ କର୍ମୀ ସୋସିଆଲ ମିଡିଆ ମାଧ୍ୟମରେ ପାତ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଯାହାର ଭିଡିଓ ସୋମବାର ପୂର୍ବାହ୍ନରେ ଭାଇରାଲ ହେଉଛି।