ନାକଟିଦେଉଳ: ପଥୁରିଆ ଗାଁ ରେ ରାତିରେ ଶୋଇଥିବା ବେଳେ ଦଳି ଦେଲା ଦନ୍ତା
ପଥୁରିଆ ଗାଁ ରେ ରାତିରେ ଶୋଇଥିବା ବେଳେ ଦଳି ଦେଲା ଦନ୍ତା ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଘୋଷରାମାଲ ପଞ୍ଚାୟତ ଅନ୍ତର୍ଗତ ପଥୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଗୋଟେ ଦନ୍ତାହାତୀ ଆକ୍ରମଣରେ ଜଣକ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ପଥୁରିଆ ଗାଁ ର ଧୁତ ଦେହୁରୀ । ସେ ଗାଁ ମୁଣ୍ଡରେ ଏକ ଝୁପୁଡି ଘର ବନେଇ ଏକୁଟିଆ ରହୁଥିଲେ । ହେଲେ ଗତ ରାତିରେ ଧାନ ଖାଇବାକୁ ଆସିଥିବା ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରି ଦଳୀ ଦେଇଥିଲା । ଫଳରେ ଶରୀରଟି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଆଜି ଗୁରୁବାର ସକାଳେ ଗାଁ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।