ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ସକାଳ ୧୦ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ହିଞ୍ଜିଳିକାଟୁ ଥାନା ରାଳବ ପଞ୍ଚାୟତ ପରିସର ଠାରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର ମହାନ୍ତି ପରିଚାଳନା କରିଥିବାବେଳେ,ହିଞ୍ଜିଳିର ସମସ୍ତ ଲାଇନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ.