ଛତ୍ରପୁର: ରମ୍ଭା ବିସିସି ବ୍ୟାଙ୍କରେ କୋଷାଧ୍ୟକ୍ଷକୁଂ ବିଦାୟ କାଳୀନ ସମ୍ବର୍ଦ୍ଧନା
ରମ୍ଭା ବି. ସି. ସି. ବ୍ୟାଙ୍କରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅବସର ପ୍ରାପ୍ତ ଶାଖା ପରିଚାଳକ ଜଗବନ୍ଧୁ ଡୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର କୋଷାଧକ୍ଷ ରାମକୃଷ୍ଣ ପାତ୍ରଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା lମୁଖ୍ୟ ଅତିଥି ଭାବେ ବି. ସି. ସି. ବ୍ୟାଙ୍କ ନିର୍ଦ୍ଧେଶକ ଚନ୍ଦ୍ରଶେଖର ନାୟକ, ମୁଖ୍ୟ ବକ୍ତା ସଭାପତି ବିଜୟ ଚନ୍ଦ୍ର ବିଶ୍ୱାଳ, ଶାଖା ପରିଚାଳକ ପ୍ରକାଶ ଶାହ, ଅବସର ପ୍ରାପ୍ତ କର୍ମଚାରୀ ରାଧା ମୋହନ ପାଢ଼ୀ, ଶାଖା ସୁପରଭାଇଜର ଶୁଭ୍ରାଲୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।