ଟାଙ୍ଗୀ: ବୋହୁ ଧୂମୁ ଧାମ୍ ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଯାଇଛି।
Tangi, Khordha | Jul 8, 2024 ଚିଲିକା : ଜଗତର ନାଥ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପଲ୍ଲୀ ରୁ ସହର ସବୁଠି ଧୁମଧାମରେ ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ରଥଯାତ୍ରା ପାଳିତ ହୋଇଯାଇଛି।ଟାଙ୍ଗୀ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ବିଧିବିଧାନ ଅନୁଯାୟୀ ପହଣ୍ଡି କାର୍ଯ୍ୟ ତା'ପରେ ଠାକୁର ରାଜା ଭାରତ ଭୂଷଣ ଜଗଦ୍ଦେବଙ୍କ ଦ୍ବାରା ଛେରାପହଁରା ସେବା ସମ୍ପନ୍ନ ହୋଇଥିଲା।ଆଉ ଶେଷରେ ରଥଟଣା ହୋଇଥିଲା।ଶହ ଶହ ଜଗନ୍ନାଥ ପ୍ରେମୀ ଭକ୍ତ ଶ୍ରଦ୍ଧାଳୁ ରଥଟଣା କାର୍ଯ୍ୟରଜ ସାମିଲ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣି ନେଇଥିଲେ।