କବିସୂର୍ଯ୍ୟନଗର: କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ
ଶୁକ୍ରବାର ହେଉଛି ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ। ଏହି ଅବସରରେ ଏକ କର୍ମଶାଳା ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଆଦିତ୍ୟ ପ୍ରସାଦ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କୋଦଳା ତାଲୁକା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା କୋଦଳା ଅତିରିକ୍ତ ଜିଲ୍ଲା ଜର୍ଜ ବିଶ୍ବ ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ କର୍ମ କ୍ଷେତ୍ରରେ ପ୍ରାୟତଃ ମାନସିକ,ପାରିବାରିକ, ଆର୍ଥିକ କିମ୍ବା ଶାରୀରିକ ଭାବେ ଚାପଗ୍ରସ୍ତ ହୋଇଥାନ୍ତି ।