ଛେଣ୍ଡିପଦା: ଛେଣ୍ଡିପଦା ବାଲିପଟ୍ଟାରେ ବ୍ଲକସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ଛେଣ୍ଡିପଦା ବାଲିପଟ୍ଟାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି । ମେଳାରେ ମତ୍ସ୍ୟ ଓ ପଶୁ ପାଳନରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସଂପର୍କିତ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ବିଭାଗୀୟ ଅଧିକାରୀ ଓ ସଫଳ ଚାଷୀମାନେ ନିଜର ସଫଳତା ଓ ପଶୁ ପାଳନ ଜ୍ଞାନକୌଶଳ ସଂପର୍କରେ ଲୋକଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଧାୟକଙ୍କ ସମେତ ଅନ୍ୟ ଲୋକ ପ୍ରତିନିଧି ସାମିଲ ହୋଇଥିଲେ।