ଆଜି ମଧ୍ୟାହ୍ନ 12 ଟା ସମୟରେ ନବରଙ୍ଗପୁର ଜିଲ୍ଲା କୋର୍ଟ ଠାରେ ଜିଲ୍ଲା ଓକିଲ ସଂଘ ଦ୍ୱାରା ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଇନ ପାଠ୍ୟକ୍ରମରେ ଜିଲ୍ଲାର ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟିନୀ ଦୀପାଳି ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପାଳି କୋଲକାତାର ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମ ଅଧ୍ୟୟନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।