ବ୍ରଜରାଜନଗର ଥାନା ଫଲସାଢ଼ିପା ଗାଁ ରୁ ବାଇକ ଚୋରି ଅଭିଯୋଗ ସୋମବାର ବିଳମ୍ବିତ ରାତ୍ରି ୧୧ଟା୪୫ ସମୟରେ ଆଉ ଜଣେ ଅଭିଯୁକ୍ତ କୋଲାବିରା ଥାନା ଭୀମଟିକ୍ରା ଗ୍ରାମର ଦୟାସାଗର ପ୍ରଧାନ ଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଗତକାଲି ବାଇକ ଚୋରି ଅଭିଯୋଗ ରେ କୋଲାବିରା ଥାନା ଅନ୍ତର୍ଗତ ଦଣ୍ଡାବୁଡାର କହ୍ନେଇଲାଲ ପ୍ରଧାନ ଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତ ନିକଟରୁ ଚୋରି ବାଇକ କୁ ପୋଲିସ ତରଫରୁ ଜବତ କରିଥିଲା। ଏହି ଚୋରି ମାମଲାରେ ଅଧିକ ତଦନ୍ତ କରାଯାଇ ଅନ୍ୟ ଜଣେ ଅଭିଯୁକ୍ତ ଦୟାସାଗର ପ୍ରଧାନକୁ ଗିରଫ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।