ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରେ ଆଜି ଶେୟରହୋଲ୍ଡର ମୋବିଲାଇଜେସନ୍ ମିଟିଂ ଓ ଶେୟର ସର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶେୟରହୋଲ୍ଡରମାନଙ୍କ ଅଂଶଗ୍ରହଣକୁ ସୁଦୃଢ କରିବା ସହିତ ସମୁଦାୟ ଆଧାରିତ ଉନ୍ନୟନ ଉଦ୍ୟମକୁ ଅଧିକ ସକ୍ରିୟ କରିବା ଉଦ୍ଦେଶ୍ୟ ରହିଛି । ଅନୁଷ୍ଠାନରେ ଅଧିକାରୀ, ସହକାରୀ ସଂସ୍ଥା ପ୍ରତିନିଧିମାନେ ଓ ଗ୍ରାମବାସୀ ମାନେ ଯୋଗ ଦେଇ ସଂସ୍ଥା ଗଠନ ଓ ସାମୁଦାୟିକ ଉନ୍ନତି ପାଇଁ ମତବିନିମୟ କଲେ ।