ଆସନ୍ତା ୨ ଦିନ ଯାଏଁ କଳାହାଣ୍ଡି ଜିଲ୍ଲାରେ ରାତି ତାପମାତ୍ରା 9ଡିଗ୍ରୀ ତଳେ ରହିବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଫଳରେ ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଆଭ୍ୟନ୍ତରିଣ ଓଡିଶାରେ ହାଡ ଭଙ୍ଗା ଶୀତ ଜାରି ରହିଛି।କଳାହାଣ୍ଡି ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆସନ୍ତା ୨ ଦିନ ଯାଏ ଜିଲ୍ଲାରେ ରାତି ତାପମାତ୍ରା9 ଡିଗ୍ରୀ ତଳେ ରହିବ । ଆଜି ଅପରାହ୍ନ ସମୟରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।