ବାମରା ବ୍ଲକ ଅନ୍ତର୍ଗତ ବାଦପଡ଼ା ଠାରେ ଚାଲିଥିବା ଉଦୟନାଥ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟା ୭ ଟାରେ ଉଦଯାପିତ ହୋଇଯାଇଛି। ଗତ ତିନି ଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲା ରୁ ମୋଟ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଏହାର ଫାଇନାଲ ମ୍ୟାଚରେ ଦେଓପାଣି କରଣ ଇଲେଭେନ ଦଳକୁ ପେନାଲ୍ଟି ଗୋଲ ରେ ପରାସ୍ତ କରି ଗିରେଲଡୁଙ୍ଗୁରି GFC ଦଳ ବିଜେତା ହୋଇଛି। ଏହାର ଉଦଯାପନୀ ଉତ୍ସବରେ ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ।