ଜମନକିରା ବ୍ଲକ ଅନ୍ତର୍ଗତ କୁଆଗୋଲା ଠାରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ କର୍ମଶାଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅନ୍ନ ଯୋଜନା ଓ ସମ୍ବଲପୁର ସମନ୍ଵିତ ବିକାଶ ପ୍ରତିଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଉକ୍ତ କର୍ମଶାଳା ରେ ମାଣ୍ଡିଆ ଚାଷ ପାଇଁ ରହିଥିବା ସରକାରୀ ସହାୟତା, ବୈଜ୍ଞାନିକ କୃଷି ପ୍ରଣାଳୀ ଦ୍ଵାରା ମାଣ୍ଡିଆ ଚାଷ, ଫସଲ ବିକ୍ରି ପାଇଁ ରହିଥିବା ମଣ୍ଡି ବ୍ୟବସ୍ଥା ଓ ସର୍ବନିମ୍ନ ସହାୟକ ମୂଲ୍ୟ କୁ ନେଇ ଚାଷୀ ମାନଙ୍କୁ ସଚେତନ କରିବା ସହ ବିଭିନ୍ନ ପରାମର୍ଶ ପ୍ରଦାନ କରାଯାଇଥିଲା।