ବଲାଙ୍ଗୀର ସହରର ରାଧାରାଣୀପଡା ତାଳଭବନ ଠାରେ ଓଡିଶା ଭାଷା ସାହିତ୍ୟ ସାଂସ୍କୃତିକ ବିଭାଗ ଆନୁକୁଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଆୟୋଜିତ ଦିକ୍ଷାନୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଛି। ଡା. ଗୁରୁଶ୍ରୀ ଘାସିରାମ ମିଶ୍ର ଆୟୋଜନ କରିଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର, ଓଡିଶା ସଂଗୀତ ନାଟ୍ୟ ଏକାଡେମୀର ନବୀନ କୁଅଁର, ଜୟକୃଷ୍ଣ ମିଶ୍ର ଓ ସାମ୍ବାଦିକ ମୁକେଶ ବହିଦାର ମଂଚାସିନ ହୋଇଥିଲେ। ଏହି ପ୍ରଶିକ୍ଷଣ ଅବଧିରେ ଜିଲ୍ଲାର ୧୦ ଜଣ ଯୁବ କଳାକାର ଗୀତ, ନାଚ, ତାଳ ଓ ବାଦ୍ୟଯନ୍ତ୍ରରେ ପାଂଚ ମାସ ଧରି ପ୍ରଶିକ୍ଷଣ ନେବେ।