ଶୁନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ଢେଙ୍କାନାଳ SPଙ୍କ ତତ୍ବାବଧାନରେ ରାସୋଳ ପୋଲିସ ଏବଂ ଢେଙ୍କାନାଳ ଆଞ୍ଚଳିକ ପରିବହନର ମିଳିତ ଉଦ୍ୟମରେ ହିନ୍ଦୋଳ ବ୍ଲକ ରାସୋଳଠାରେ ଗାଡ଼ି ଯାଞ୍ଚ କଡ଼ାକଡ଼ି କରାଯାଇଛି। ମଦ୍ୟପାନ କରି ଗାଡ଼ି ଚଲାଇବା ଦ୍ଵାରା ଦୁର୍ଘଟଣା ଘଟୁଥିବାରୁ ଅନେକ ଲୋକ ମୃତ୍ୟୁବରଣ କରୁଥିବାରୁ ନଭେମ୍ବର ୧୬ ରୁ ୩୦ତାରିଖ ପଯ୍ୟନ୍ତ ଶୁନ୍ୟ ମୃତାହତ ପକ୍ଷ ପାଳନ କରିଛନ୍ତି। ବିଭିନ୍ନ ସଚେତନତା କାର୍ଯ୍ୟ ଚାଲିଥିବା ବେଳେ ରାସୋଳ ଠାରେ ଗାଡ଼ି ବେକିଙ୍ଗ କଡ଼ାକଡ଼ି କରାଯାଇଛି।