ଧମା: ଖୁଣ୍ଟି ଗ୍ରାମର ମଝି ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ
ଖୁଣ୍ଟି ଗ୍ରାମର ମଝି ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ସମ୍ବଲପୁର ଜିଲ୍ଲା ମାନେଶ୍ୱର ଧମା ରାସ୍ତାର ଖୁଣ୍ଟି ଗ୍ରାମର ରାସ୍ତା ମଝିରେ ବୁଧବାର ସକାଳେ ବର୍ଷା ଝଡିରେ ଏକ ଗଛ ଭାଙ୍ଗିପଡି ଥିବାରୁ ରାସ୍ତା ଅବରୋଧ ହୋଇଥିଲା। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କଟି ରାସ୍ତା ସଫା କରିବା ପରେ ରାସ୍ତାରରେ ଯାତାୟାତ ସ୍ବଭାବିକ ହୋଇଥିଲା ।