ବଲାଙ୍ଗୀର: ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ
ଆଜି ପୂରଭାହ୍ନ ୧୦ ଟା ସମୟରେ ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ, ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହେଇଥିଲା। ଗ୍ରାମବାସୀମାନେ ନିଜର ନାନାପ୍ରକାର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସେମାନଙ୍କୁ ସହନଶୀଳତାର ସହ ସୁଣି, ସ୍ଥଳରୁ ସମାଧାନ ସମ୍ଭବ ଥିବା ମାମଲାରେ ତୁରନ୍ତ ପଦକ୍ଷେପ ନେଇଥି ଲେ। ଏହାସହିତ ବିଭିନ୍ନ ଅଧିକାରୀଙ୍କୁ ବିଶେଷ ନିର୍ଦ୍ଦେଶ ଦେଇ, ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଜଣାଇଥିଲେ।