ନବରଙ୍ଗପୁରଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ପୌରାଧ୍ୟକ୍ଷ କୁନୁ ନାୟକଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ଲକ୍ଷ୍ମଣ ନାୟକଙ୍କ ଗାଥା ଆଲୋକପାତ କରିଥିଲେ।