ଦେବଗଡ: ବଡଝରଣ ଗ୍ରାମରେ ବାପାଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ ଓ ଅର୍ଥ ଦଣ୍ଡାଦେଶ
ରିଆମାଳ ଥାନା ବଡଝରଣ ଗ୍ରାମରେ ବାପାଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ପୁଅକୁ ମାନ୍ୟବର ଅଦାଲତ ଦୋଷି ସାବ୍ୟସ୍ତ କରିଛନ୍ତି । ଦେବଗଡ ଜିଲ୍ଲା ଓ ଦୌରାଜଜ ଦେବାଶିଷ ରାଉତ ଉକ୍ତ ମାମଲାର ବିଚାର କରି ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଅର୍ଥ ଅନାଦେୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୮ ମସିହାରେ ରିଆମାଳ ଥାନା ବଡଝରଣ ଗ୍ରାମର ରଞ୍ଜନ ବେହେରା ଜମି ଭାଗବଂଟାକୁ କେନ୍ଦ୍ରକରି ନିଜ ପିତା ଖଗେଶ୍ୱର ବେହରାଙ୍କୁ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲା ।