ସୁକତେଲ ନଦୀ ଠାରେ ବ୍ୟାରେଜ୍ ନିର୍ମାଣ କରିବାକୁ ମନ୍ତ୍ରୀ ଙ୍କ ଠାରେ ଦାବି କଲେ ଗ୍ରାମବାସୀ । ବଲାଙ୍ଗିର ଜିଲ୍ଲା ପୂଇଁତଲା ବ୍ଲକ ଅନ୍ତର୍ଗତ ବିଳେଇସର୍ଡା ଗ୍ରାମର ଚାଷୀଭାଇ ମାନେ ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ ଭେଟିଥିଲେ । ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତାଙ୍କର କହିବା ଅନୁସାରେ ବିଲେଇସର୍ଡା ଗ୍ରାମ ଏକ ଚାଷୀବହୁଳ ଗ୍ରାମ । କିନ୍ତୁ ଏଠାରେ ଜଳ ସେଚନର ବ୍ୟବସ୍ଥା ନଥିବାରୁ ଚାଷ କାମରେ ବାଧା ଉତ୍ପନ୍ନ ହେଉଛି । ତେଣୁକରି ଯଥାଶୀଘ୍ର ତାଙ୍କ ଗ୍ରାମ ଦେଇ ଯାଇଥିବା ସୁକତେଲ ନଦୀ ଠାରେ ଏକ ବ୍ୟାରେଜ ନିର୍ମାଣ କରିବାକୁ ଦାବି କରିଥିଲେ ।