କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକରେ ବୁଧବାର ଦିନ ରାଜ୍ୟ କାୟାକଳ୍ପ ଟିମ ପହଞ୍ଚି ଡାକ୍ତରଖାନାର ସଫା ସୁତରା,ରୋଗୀ ସେବା ,ରୋଗୀ ମାନଙ୍କୁ ଡାକ୍ତର ଓ ନର୍ସ ମାନଙ୍କ ବ୍ୟବହାର ଓ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ସମସ୍ତ କାଗଜ ପତ୍ର ଯାଞ୍ଚ ଏବଂ କିପରି ରୋଗୀ ମାନେ ଡାକ୍ତର ନର୍ସ ମାନଙ୍କଠାରୁ ଉତ୍ତମ ବ୍ୟବହାର ପାଇ ପାରିବେ ଏବଂ ଡାକ୍ତରଖାନାରେ କାର୍ଯ୍ୟକ୍ରମ ଷ୍ଟାଫ୍ ନିଜ ଦାଇତ୍ୱ ଠିକ ଭାବରେ ସମ୍ପାଦନା କରି ପାରୁଛନ୍ତି ନା ନାହିଁ ଆଦି ପଚାରି ବୁଝି ଥିଲେ। ଏହି ଅବସର ରେ SDMO ଡାକ୍ତର ସୁବୋଧ ନାୟକ ଓ ପ୍ରବନ୍ଧକ ଦୀପକ ନନ୍ଦ ପଉପସ୍ଥିତ ରହିଥିଲେ।