କବିସୂର୍ଯ୍ୟନଗର: ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦି ଙ୍କ ଜନ୍ମଦିନ ଅବସର ରେ ଗୁଂଜବଳା ଠାରେ ଅଙ୍ଗାରଗାଁ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର
ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ 75 ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର 17 ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ସେହି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବଡ଼ ଖଇରଖମା ପଂଚାୟତ ଗୁଞ୍ଜବଳା ଠାରେ ମଙ୍ଗଳବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡା ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ ଶିବିରକୁ ସେବାପକ୍ଷ ପର୍ଯ୍ୟବେକ୍ଷକ ଆଭା ପରିଡା , ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ ସ୍ଥାନୀୟ ସରପଞ୍ଚ କାଶୀନାଥ ବେହେରା ଉପସ୍ଥିତ ଥିଲେ