କହିଁଆ ରେଙ୍ଗାଳି ଡ୍ୟାମ ସାଇଟ ଥାନା ପୋଡାଗଡ ଗାଁରେ ଆଜି ସକାଳ 8 ଟା ବେଳେ ଗାଈ ଚରାଳୀଙ୍କର ମୃତ ଦେହ ଉଦ୍ଧାର । ମୃତକ ହେଲେ ଟିହିଙ୍କୁଳୁ ହେନ୍ତାଳ । ସୂଚନା ଅନୁସାରେ ଟିହିଙ୍କୁଳୁ ସବୁଦିନ ଭଳି ଗତକାଲି ଗାଈଗୋରୁଙ୍କୁ ନେଇ ଜଙ୍ଗଲକୁ ଚରେଇବାକୁ ଯାଇଥିବାବେଳେ ସଂନ୍ଧ୍ୟାରେ ଘରୁକୁ ଫେରିନଥିଲା | ପରିବାର ଲୋକେ ବହୁ ଖୋଜାଖୋଜି ପରେ ପାଇନଥିଲେ । ଆଜି ଜଙ୍ଗଲ ପାଖରୁ ରକ୍ତାକ୍ତ ଅବସ୍ଥାରେ ଟିହିଙ୍କୁଳୁ ମୃତଦେହ ମିଳିଥିଲା l ତେବେ ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଟିହିଙ୍କୁଳୁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।