ବଲାଙ୍ଗୀର ସହର ଇନ୍ଦ୍ରାନଗର ଅଞ୍ଚଳରୁ ଆସିଛି ଏକ ଗୁରୁତର ଅଭିଯୋଗ। ଏକ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଅଭିଯୋଗ କରିଛନ୍ତି ଯେ, ଜାଲିଆତି କରି ତାଙ୍କ SHG ଆକାଉଣ୍ଟରୁ ଟଙ୍କା ଉଠାଇ ନିଆଯାଇଛି। ନ୍ୟାୟ ପାଇଁ ସେ ଥାନାର ଦ୍ୱାରସ୍ଥ ହୋଇ ପୁଲିସ୍ଙ୍କୁ ଅଭିଯୋଗ ଜଣାଇଛନ୍ତି। ଘଟଣାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି ଓ ଶୀଘ୍ର ତଦନ୍ତ ସହ ଦୋଷୀଙ୍କୁ ଶାସ୍ତି ଦାବି କରିଛନ୍ତି।