ଝାରପୋଖରୀଆ ଥାନା ଅନ୍ତର୍ଗତ ଝାରପୋଖରୀଆ ଟୋଲ୍ ଗେଟ୍ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚାଳକ ଗୁରୁତର। ବୁଧବାର ସନ୍ଧ୍ୟା ପ୍ରାୟ ୬.୩୦ ଟା ସମୟରେ ସିଲଫୋଡ଼ି ଗ୍ରାମର ୩୧ ବର୍ଷୀୟା ମୋନଜ ମହାନ୍ତ ଝାରପୋଖରୀଆ ବଜାରରୁ ତାଙ୍କ ଘର ଅଭିମୁଖେ ଯାଉଥିବା ସମୟରେ ସମାନ ଦିଗରୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥାନରୁ ଚମ୍ପଟ ମାରିଥିଲା।