ଆମ୍ବେଦକର ନଗର ଠାରେ ଜାତୀୟ ସମରସତା ଦିବସ ଉପଲକ୍ଷେ ଏବିଭିପି ପକ୍ଷରୁ ଡ଼ଃ ଆମ୍ବେଦକରଙ୍କ ଅମର ଗାନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରେଢ଼ାଖୋଲ ନଗର ତରଫରୁ ଶନିବାର ସକାଳେ ଜାତୀୟ ସମରସତା ଦିବସ ତଥା ଡ଼ ବି.ଆର୍ ଆମ୍ବେଦକର ପୁଣ୍ୟତିଥି ପାଳନ ଅବସରରେ ଡ଼ ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ସେବାର୍ଥେ ବିଦ୍ୟାର୍ଥୀ ସଂଯୋଜକ ସିଦ୍ଧାନ୍ତ ମାଝୀ ଓ ସମ୍ବଲପୁର ଜିଲ୍ଲାର ଜିଲ୍ଲା ସଂଯୋଜକ ରାଜା ପ୍ରଧାନ ମାଲ୍ୟପର୍ଣ କରିଥିଲେ । ଏଥିରେ ବିଶେଷ ଭାବରେ ରେଢ଼ାଖୋଲ ନଗରର ନଗର ସମ୍ପାଦକ ଶ୍ରୀୟାଂଶ ମହାପାତ୍ର ଓ ସହ ସମ୍ପାଦକ ବାଦଲ